କଂଗ୍ରେସର ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ, ବର୍ତ୍ତିବା ପାଇଁ ରାସ୍ତା ଉପରେ ଶୋଇ ପଡିଲେ ବିକ୍ଷୋଭକାରୀ

ଭୁବନେଶ୍ୱର : ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । ବିକ୍ଷୋଭ ବେଳେ କଂଗ୍ରେସ-ପୋଲିସ ମୁହାଁମୁହିଁ। ବିକ୍ଷୋଭକାରୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛିଙ୍କ ଆକ୍ରମଣ। ବିକ୍ଷୋଭକାରୀଙ୍କ ସହ ପୋଲିସ ମଧ୍ୟ ମହୁମାଛି ଆକ୍ରମଣରେ ନୟାନ୍ତ ହୋଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ୍ ପଡିନାହନ୍ତି। ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ରାସ୍ତା ଉପରେ ଶୋଇ ପଡିଲେ ସମସ୍ତେ। ବିକ୍ଷୋଭ ବେଳେ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି।