ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଦେବେ ଇଣ୍ଟିଗ୍ରେଟେଡ୍ ଆଇନ୍ ପରୀକ୍ଷା, ଏନେଇ କୋର୍ଟଙ୍କୁ ଅନୁମତି ମାଗିଲେ ଓକିଲ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଆଇନ୍ ପରୀକ୍ଷା ଦେବେ । ଏନେଇ ତାଙ୍କ ଓକିଲ କୋର୍ଟଙ୍କୁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ଜେଲ୍ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ହନିଟ୍ରାପ ଓ ବ୍ଲାକମେଲ ଅଭିଯୋଗରେ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜର ଚତୁର୍ଥ ବର୍ଷର ଆଇନ ଛାତ୍ରୀ ବୋଲି ସୂଚନା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର। ଆଜି ଫାଇନ୍ ଡେଟ୍ ସହ ଫର୍ମ ଫିଲ ଅପ୍ କରିବେ ଅର୍ଚ୍ଚନା । ପରୀକ୍ଷା ଦେବା ପାଇଁ ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡିଛି।
ଅନ୍ୟପଟେ ଅର୍ଚ୍ଚନା ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିଲେ। ଏବେ ସେ ସବୁ ପ୍ରମାଣ ପାଇଁ ଅଣ୍ଟା ଭିଡିଛି ଇଡି। ତା ଛଡା ନୟାଗଡ଼ର ବ୍ୟବସାୟୀ ଲୁଲୁଙ୍କୁ ନୋଟିସ୍ କରିବ ଇଡି। ସେପଟେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଲି ବେହେରା ଆସନ୍ତା ୨୪ ତାରିଖରେ ଇଡିରେ ହାଜର ହେବେ।