ମୋହନାରେ ନ୍ୟାସନାଲ ଜୋଗ୍ରାଫିକ୍ ଚ୍ୟାନେଲ ଟିମକୁ ଟିଙ୍କର ଆକ୍ରମଣ, ୭ ଆହତ

ମୋହନା(କେନ୍ୟୁଜ୍):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ଗ୍ରାମ ପଞ୍ଚାୟତ ଶିକୁଳିପଦର ଗ୍ରାମ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ତତ୍ୱାବଧାନରେ ନେସନାଲ୍ ଜୋଗ୍ରାଫିକ୍ ଚେନେଲର କିଛି କର୍ମଚାରୀ ଦିଲ୍ଲୀ ରୁ ଆସି ସଉରା ଆଦିବାସୀ ଙ୍କ ଜିବନ ଶୈଳୀ ଉପରେ ଜଙ୍ଗଲରେ ସୁଟିଂ କରୁଥିଲେ ।

ସୁଟିଂ ସମୟରେ ଆଦିବାସୀଙ୍କ ଏକ ପ୍ରମୁଖ ଖାଦ୍ୟ ବାଉଁଶ କରଡ ( ବାଉଁଶ ଗଜି ) କାଟିବା ସମୟରେ ସେଠାରେ ଥିବା ଟିଙ୍କର(ବାଘୁଆ ବିରୁଡି) ଗୁଡିକ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୭ ଜଣ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି ହୋଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ସଉରା ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ମାନଙ୍କ ଦେଖାରଖା କରିଛନ୍ତି । ଅନ୍ୟପଟେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.