ରାୟଗଡ଼ା: ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ସହରର କପିଳାସ ରୋଡ୍ରେ ଥିବା ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ। ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
କପିଳାସ ରୋଡ୍ରେ ଥିବା ନଟରାଜ ହାର୍ଡୱେର୍ ଓ ଶ୍ରୀ ପରମ ଜ୍ୟୋତି ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି। ରାୟଗଡ଼ା ଓ କୋଲନରାର ଅଗ୍ନିଶମ ବିଭାଗର ଦୁଇଟି ଦଳ ଦୀର୍ଘ ୪ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଗତକାଲି ପ୍ରାୟ ରାତି ୧୨ଟା ସମୟରେ ନିଆଁ ଲାଗିଥିଲା।