ଯୋଡ଼ାରେ ଭୟଙ୍କର ଦୁର୍ଘଟଣା: ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ, ୩ ମୃତ ; ୩ ଗୁରୁତର

ଯୋଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ ଓ ୩ ଗୁରୁତର । ଯୋଡ଼ା ଡିଏଭି ସ୍କୁଲ ଫ୍ଲାଇଓଭର ନିକଟରେ ଦୁର୍ଘଟଣା ଘଟିଛି ।  ବାଇକ ସହ ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ । ଏଯାଏ ମୃତକଙ୍କ ପରିଚୟ ମିଳପାରିନାହିଁ । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣା ସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୯ଟା ହେବ ।  ଦୁଇଟି ବାଇକରେ ୬ ଜଣ ଯାତ୍ରା କରୁଥିଲେ । ଉଭୟ ବାଇକ୍ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହୋଇଥିଲେ ।  ଦୁର୍ଘଟଣା ପରେ ବାଇକ ଚାଳକ ଓ ଆରୋହୀ ତଳେ ପଡ଼ିଯାଇଥିଲେ ।  ତେବେ ଠିକ୍ ସେତିକି ବେଳେ ଏକ ଅଜଣା ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା ।   ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।  ମୃତକମାନେ ହେଲେ ଯୋଡ଼ା ବ୍ଲକ୍ ଜରିବାହାଲ ଅଞ୍ଚଳର ମୋହନ ମୁଣ୍ଡା ଓ ମାସୀ ମୁଣ୍ଡା ଏବଂ ଝୁମ୍ପୁରା ବ୍ଲକ୍ କୁଞ୍ଜରଡିହି ଅଞ୍ଚଳର ବିଜୟ ମୁଣ୍ଡା ।  ଗୁରୁତରମାନଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

ଆହୁରି ପଢନ୍ତୁ :  ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା, ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ