ରଖେ ହରି ତ ମାରେ କିଏ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ବସ୍‌ ଚକା ତଳେ ରହିଗଲା ପ୍ରାଣ

କୋରାପୁଟ: ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ବସ୍‌ ଚକା ତଳେ ଅଳ୍ପକେ ରହିଗଲା ପ୍ରାଣ । ଆଉ ଇଞ୍ଚେ ଗଡ଼ିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ ବସ୍‌ ଅଟକିଗଲା । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ବସ୍‌ ଚକା ତଳେ ପଡ଼ି ଛଟପଛ ହେଲେ ଯୁବକ । ଦୁର୍ଘଟଣା ଘଟିଛି କୋରାପୁଟ ସୁନାବେଡ଼ା ଅଞ୍ଚଳରେ ।

ଏକ ଘରୋଇ ବସ୍‌ ଦାମନଯୋଡ଼ିରୁ ସମ୍ବଲପୁର ଆସୁଥିଲା। ଅପରପାର୍ଶ୍ୱରୁ ଆସୁଥିବା ବାଇକ୍‌ ଚାଳକ ବସ୍‌କୁ ରାସ୍ତା ଦେବା ବେଳେ ଭାରସାମ୍ୟ ହରାଇଥିଲେ । ବସ୍‌ରେ ପିଟି ହୋଇ ବାଇକ୍‌ଟି ଛିଟିକି ପଡ଼ିଥିଲା। କିନ୍ତୁ ବାଇକ୍‌ ଚାଳକ ବସ୍‌ ଚକା ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣା ଦେଖି ଲୋକେ ପାଟି କରିବାରୁ ବସ୍‌ ଚାଳକ ବ୍ରେକ୍‌ ମାରିଥିଲେ । ଆହତ ହୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଥିଲା ଜୀବନ । ପରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଆହତ ଯୁବକ ହେଉଛନ୍ତି ମାଆଲପୁଟ ଅଞ୍ଚଳର ଶିବ ଶଙ୍କର ବାରିକ ।

Leave A Reply

Your email address will not be published.