ଭିଜିଲାନ୍ସ ଜାଲରେ ଦାରିଙ୍ଗିବାଡି ଉଦ୍ୟାନ ବିଭାଗ ଓଭରସିଅର, ଲାଞ୍ଚ ନେଉଥିବା ବେଳେ ହେଲେ ଗିରଫ

କନ୍ଧମାଳ : ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ଓଭରସିଅର । ଆମ୍ବ ବଗିଚା ବିଲ୍ କରାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଶେଷରେ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଉଦ୍ୟାନ ବିଭାଗ ଓଭରସିଅର ବଟକୃଷ୍ଣ କଟା ।
ମାଲେବାଡି ଗାଁର ପୁର ପ୍ରଧାନଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ପୁରେ ନିଜ ଜମିରେ ଆମ୍ବଚାଷ କରିଥିଲେ । ଏଥିପାଇଁ ସେ ଉଦ୍ୟାନ ବିଭାଗ ପକ୍ଷରୁ ୫ଲକ୍ଷ ୩୨ ହଜାର ଟଙ୍କା ପାଇବାର ଥିଲା । ହେଲେ ବିଭାଗୀୟ ଅଧିକାରୀ ଜଣକ ପୁରେଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ କାମ କରିବେ ନାହିଁ ବୋଲି କହିଥିଲେ । ଏନେଇ ପୁରେ ପ୍ରଧାନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଟଙ୍କା ଅଭିଯୁକ୍ତଙ୍କୁ ଗିରଫ କରିଛି ।