ଶିକ୍ଷାବର୍ଷ ଆରମ୍ଭ କିନ୍ତୁ ହଷ୍ଟେଲ ଛାଡ଼ିବାକୁ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ

ବାଲିଗୁଡ଼ା (କେନ୍ୟୁଜ୍) : ହଷ୍ଟେଲ ଛାଡ଼ିବାକୁ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ। ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଏଭଳି ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ଓ ଯୁକ୍ତ ୩ର ଛାତ୍ର। ଏନେଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। କଳିଙ୍ଗ ମହାବିଦ୍ୟାଳୟରେ ହଷ୍ଟେଲ ସୁବିଧା ନଥିବାରୁ ଛାତ୍ର ମାନେ କଲେଜ ପରିସରରେ ଥିବା ଛାତ୍ରୀନିବାସରେ ରହିଆସୁଥିଲେ। ଏଠାରେ କୌଣସି ସୁବିଧା ନଥିବାରୁ ଛାତ୍ରୀମାନେ କେବେ ରୁହନ୍ତି ନାହିଁ ବୋଲି ଅନ୍ତେବାସୀମାନେ କହିଛନ୍ତି। ତେବେ ଚଳିତ ଶିକ୍ଷାବର୍ଷ ଆରମ୍ଭରେ ବିନା ନୋଟିସରେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ସହ ଧମକଚମକ ହେଉଥିବା ଅଭିଯୋଗ ଆଣିଛନ୍ତି ହଷ୍ଟେଲ ଅନ୍ତେବାସୀ। ସେପଟେ ଛାତ୍ରମାନଙ୍କୁ ଅନ୍ୟତ୍ର ରଖାଯିବ ବୋଲି ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.