ଦାୟିତ୍ବରୁ ହଟିବେ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ, ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ

ଗୁଣୁପୁର : ହଷ୍ଟେଲ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣର ଭିଡିଓ ଭାଇରାଲ ଘଟଣାରେ ଦାୟିତ୍ବରୁ ହଟିବେ ଲେଡି ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ । ଗୁଣୁପୁର ତହସିଲ୍ ଅଫିସ୍ ନିକଟସ୍ଥ ୧୦୦ ଶଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା ।
ଆକ୍ରମଣର ଶିକାର ହୋଇଥିବା ୩ ଜଣ ଛାତ୍ର ନବମ ଶ୍ରେଣୀର ଅଭିଜିତ୍ ଶବର, ଅଷ୍ଟମ ଶ୍ରେଣୀର ଉଥାପା ଶବର ଓ ପବିତ୍ର ଶବର । କିଛି ସହପାଠୀ ଛାତ୍ର ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହେବା ପରେ ଗୁଣୁପୁର ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ହଷ୍ଟେଲକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ମଙ୍ଗଳବିଭାଗ ।
ଏବଂ ଆହତ ଛାତ୍ରଙ୍କୁ ବୁଝାଇ ପରିବାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିର୍ପୋଟ ପ୍ରଦାନ କରିବ ଜିଲ୍ଲା ମଙ୍ଗଳ ଅଧିକାରୀ । ଅନ୍ୟପଟେ ହଷ୍ଟେଲରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିବା ପାଇଁ ଦାବି କରିଛନ୍ତି ଅଭିଭାବକ ।
Also read: ବିଦ୍ୟାଳୟ ଭିତରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ୍