ପାରଳାଖେମୁଣ୍ଡି ଗାନ୍ଧୀ କଲୋନୀରେ ଅଭାବନୀୟ ଘଟଣା, ଗରମ ଡାଲି ଚଟୁରେ ଦୁଇ ନାବାଳକଙ୍କୁ ଚେଙ୍କ ଦେଲେ ପଡୋଶୀ

ଗଜପତି(କେନ୍ୟୁଜ୍): ଗଜପତି ପାରଳାଖେମୁଣ୍ଡି ସହରର ସଞ୍ଜୟ ଗାନ୍ଧୀ କଲୋନୀରେ ୨ ଛୋଟ ପିଲାଙ୍କୁ ଚେଙ୍କ । ଚେଙ୍କ ଦେଇଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ବ୍ୟକ୍ତିଙ୍କ ନାଁ ବି. ଲୋକୁ । ଚେଙ୍କ ଦିଆଯାଇଥିବା ପିଲାଙ୍କ ବାପା-ମାଆଙ୍କୁ ମଧ୍ୟ ଅଟକ ରଖାଯାଇଛି । ଲୋକୁ ଲୋକମାନଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି । ଚେଙ୍କର ଶିକାର ହୋଇଥିବା ଦୁଇ ନାବାଳକ ଘର ବାହାରେ ଖେଳୁଥିଲେ । କୌଣସି କାରଣରୁ ପଡୋଶୀ ବି. ଲୋକୁ ଦୁଇ ନାବାଳକଙ୍କୁ ନେଇ ଜୋରଜବରଦସ୍ତ ଗରମ ଜାଲି ଚଟୁରେ ଚେଙ୍କ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.