କାହାଠୁ ଟଙ୍କା ନେଇନି କାହାକୁ ଦେଇନି, ଶ୍ରଦ୍ଧାଞ୍ଜଳି କି ଖଗେଶ୍ୱରକୁ ଚିହ୍ନିନି: ଶିବ ପ୍ରସାଦ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଇଡିରେ ପୁଣି ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗ ମାମଲାରେ ହାଜର ହୋଇଛନ୍ତି। ତାଙ୍କୁ ମାରାଥନ୍‌ ଜେରା ଚାଲିଛି। ବ୍ଲାକମେଲ୍‌ ଓ ହନିଟ୍ରାପ୍‌ ଡିଲ୍‌ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।

ଏନେଇ ପୂର୍ବରୁ ଇଡି ହାତରେ ଲାଗିଥିଲା ସୁରାକ । ପୂର୍ବରୁ ଶିବ ପ୍ରସାଦଙ୍କୁ ୧୨ ଘଣ୍ଟା ଜେରା ହୋଇଥିଲା । ଶିବପ୍ରସାଦ ୨୦୧୯ରେ ହୋଟେଲ ଚଳାଉଥିଲେ । ୨୦୧୯ରୁ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିଲେ । ସମନ ଯାଇଥିବା ସପ୍ତମ ବ୍ୟକ୍ତି ଥିଲେ ଶିବପ୍ରସାଦ । ଶିବପ୍ରସାଦଙ୍କ ହୋଟେଲ ଥିଲା ଅର୍ଚ୍ଚନାଙ୍କ ବ୍ଲାକମେଲର ମୂକସାକ୍ଷୀ ।

ଭୁବନେଶ୍ୱର ଜନପଥରେ ରହିଛି ତାଙ୍କର ହୋଟେଲ ତାଜ୍‌ ଓଡ଼ିଶା । ବ୍ଲାକମେଲ ଓ ହନିଟ୍ରାପ୍‌ର ଡିଲ୍‌ ଏହି ହୋଟେଲରେ ହେଉଥିଲା । ହନିଟ୍ରାପର ଡିଲ ହୋଟେଲ ତାଜ ଓଡ଼ିଶାରେ ନିୟମିତ ହେଉଥିବା ସୂଚନା ମିଳିଛି । ଅନ୍ୟପଟେ ଶିବ ପ୍ରସାଦ ପ୍ରତିକ୍ରିୟାରେ କହିଛନ୍ତି, କାହାଠୁ ଟଙ୍କା ନେଇନି କି କାହାକୁ ଦେଇନି । ଶ୍ରଦ୍ଧାଞ୍ଜଳି କି ଖଗେଶ୍ୱରକୁ ସେ ଚିହ୍ନିନାହାନ୍ତି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁକୁ ଜାଣିଛି । କାହା ଟଙ୍କାରେ ହୋଟେଲ କରିନି ବୋଲି କହିଛନ୍ତି ଶିବ ପ୍ରସାଦ ଦାସ ।

Leave A Reply

Your email address will not be published.