ଗୃହରେ ରୁଚିକା ଆତ୍ମହତ୍ୟା ତାତି : ବିଧାନସଭାରେ ହୋହଲ୍ଲା କଲେ ବିରୋଧୀ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର (କେନ୍ୟୁଜ): ଗୃହରେ ଉଠିଲା ବିଜେବି କଲେ ରାଗିଂ ପ୍ରସଙ୍ଗ । ପ୍ରଶ୍ନକାଳ ଆରମ୍ଭରୁ ରାଗିଂ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ଯାହାଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଅନ୍ୟପଟେ ଝିଅ ରୁଚିକାକୁ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପରିବାର । ଗତକାଲିଠାରୁ ବିଭିନ୍ନ ଛାତ୍ର ସଂଗଠନ ସହ ଧାରଣରେ ବସିଛନ୍ତି ରୁଚିକାଙ୍କ ମାଆ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ । ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.