ବିଧାନସଭା ଆରମ୍ଭରୁ ବିଜୁ ବାବୁଙ୍କୁ ଅସମ୍ମାନ ନେଇ ଝଡ଼, ୧୨ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଆରମ୍ଭରୁ ବିଜୁ ବାବୁଙ୍କୁ ଅସମ୍ମାନ ନେଇ ଝଡ଼ । ଚାଲିପାରିଲାନି ଗୃହ । ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆଜି ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ ପ୍ରବଳ ପାଟିତୁଣ୍ଡ ଓ ନାରାବାଜି କରିଥିଲେ ।
ସେହିପରି ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ପାଟିତୁଣ୍ଡ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା । ବିରୋଧୀ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଫଳରେ ବାଚସ୍ପତି ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । ବିଜେଡି କହିଛି, ବିଜୁ ବାବୁଙ୍କୁ ଅସମ୍ମାନ କରିବାକୁ ଭେଳିକି ଚାଲିଛି । ଡବଲ ଇଞ୍ଜିନ ସରକାରଙ୍କ ଡବଲ ମୁହଁ । ୩୦ ବର୍ଷ ଧରି ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସକୁ ପରିବର୍ତ୍ତନ କରିଦେଲେ । ଆମେ ସରକାରଙ୍କ ଏଭଳି ଆଭିମୁଖ୍ୟର ନିନ୍ଦା କରୁଛୁ ବୋଲି ବିଜେଡି କହିଛି ।
ଆହୁରି ପଢ଼ନ୍ତୁ : ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ: ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍