ପୁଣି କମ୍ପିଲା ବିଧାନସଭା, ୧୨ଟା ୯ ଯାଏ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : ଦୁଇ ଦିନର ବିରତି ପରେ ପୁଣି କମ୍ପିଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା । ନାରୀ ନିର୍ଯାତନା ପ୍ରସଙ୍ଗରେ ଘଣ୍ଟ ଓ ଗିନି ବଜାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ । ବିଜେଡି ହାତରେ ପ୍ଲାକାର୍ଡ ଧରି ବିରୋଧ । ଇଞ୍ଜିନିୟରିଂ ଓ ମେଡିକାଲ SC, ST ଏବଂ ଓବିସିକୁ ଉପଯୁକ୍ତ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି । ପ୍ରବଳ ହୋହଲ୍ଲା ଯୋଗୁ ଦିନ ୧୨ଟା ୯ ଯାଏ ଗୃହ ମୁଲତବୀ କଲେ ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ବିରୋଧୀ । ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗ ଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ଦାବି କରିଛି ।