ଜଳିଗଲା ଘର, ଭାଇ ଭଉଣୀ ଜୀବନ୍ତ ଦଗ୍ଧ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଘରେ ନିଆଁ ଲାଗିଯିବାରୁ ଦୁଇଟି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ପ୍ରାଥମିକ ସୂଚନା ମିଳିଛି । ରାଜନଗର ବ୍ଲକ କୁରୁଣ୍ଟି ପଂଚାୟତ ବଳରାମପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ଅନୁପମା ସାହାଣୀ ଓ ଋଷି ସାହାଣୀ । ଗାଁର ସୁକାନ୍ତି ସାହାଣୀଙ୍କ ଘରେ ଆଜି ସକାଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଆଉ ଭିତରେ ଥିଲେ ଦୁଇ ଭାଇ ଓ ଭଉଣୀ ।
ଘରେ ନିଆଁ ଲାଗିବା ପରେ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ଫଳରେ ଘର ଭିତରୁ ଦୁଇ ଜଣ ବାହାନିନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସୁକାନ୍ତ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବାବେଳେ ଦୁର୍ଘଟଣା ସମୟରେ ମାଆ ଅନୀତା ମଧ୍ୟ ବାହାରକୁ କାମ କରିବାକୁ ଯାଇଥିଲେ । ଏହି ଘଟଣା ଗାଁରେ ଶୋକର ଛାୟା ଖେଳିଯାଇଛି ।