ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଜଳିଗଲା ଘର, ଅଳ୍ପକେ ବର୍ତ୍ତି ଗଲେ ପରିବାର ଲୋକେ

ହରଭଙ୍ଗା:  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଜଳିଗଲା ଘର ।  ବୌଦ୍ଧ ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗାଁରେ ଅଗ୍ନିକାଣ୍ଡ ହୋଇଛି । ଗାଁର ହରି ବେହେରାଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇ ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକ ।  କିନ୍ତୁ ସବୁ ଆସବାବପତ୍ର ଓ ବର୍ଷକ ପାଇଁ ଅମଳ ହୋଇ ରହିଥିବା ଧାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଷ୍ଟ ହୋଇଯାଇଛି ।

ଅନ୍ୟପଟେ ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲି ଗାଁର ନିର ସାହୁ ପାଳ ଛତୁ ଚାଷ କରିବା ପାଇଁ ଲକ୍ଷାଧିକ ଟଙ୍କାର ନଡା କିଣି ଗଛିତ ରଖିଥିଲେ ।  ହେଲେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନଡା ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।  ନିଆଁ ଏତେ ଯୋରରେ ଲାଗିଥିଲା ଯେ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଏତେ ପରିମାଣର ନଡାପୋଡି ଯିବାରୁ ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷି ।

ଆହୁରି ପଢ଼ନ୍ତୁ : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ, ତିନିମୁହାଣି ଛକରେ ଘଟିଗଲା ଅଘଟଣ