ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ, ନଗଦ ଟଙ୍କା ସହ ଘର ପୋଡ଼ି ପାଉଁଶ

ସୁନ୍ଦରଗଡ଼ : କିଞ୍ଜିର କେଲାରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ 2 ଟି ଗ୍ୟାସ ସିଲିଣ୍ଡର୍ ବିସ୍ଫୋରଣ ଘଟି ପଡିଗଲା ଘର । ଫଳରେ ଘରେ ଥିବା ନଗଦ 50 ହଜାର ଟଙ୍କା ସହ ଘର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଆଜି ମଧ୍ୟାହ୍ନ ପ୍ରାୟ 12 ଟା ପାଖାପାଖି ଏହି ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ମଧ୍ଯ ଶ୍ରୀଧର ପରୀକ୍ଷା ନାମକ ଜଣେ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ ବୋଲି ଜଣାପଡିଛି। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡରେ 2 ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ନିଆଁକୁ ଆହୁରି ଇନ୍ଧନ ଯୋଗାଇଥିଲା । ତେବେ କେତେକ ସ୍ଥାନୀୟ ଯୁବକ ସାହସ ଜୁଟାଇ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ରଖିଥିବା ନଗଦ 50 ହଜାର ଟଙ୍କା ପୋଡି ପାଉଁଶ ହେବା ସହ ଘର ମଧ୍ୟ ଜଳି ଯାଇଥିବା ଜଣାପଡିଛି ।