ଯାଜପୁର: ବଜ୍ରପାତରେ ଫାଟିଲା ଘରର ଛାତ

ଯାଜପୁର(କେନ୍ୟୁଜ): ବଜ୍ରପାତରେ ଫାଟିଲା ଘରର ଛାତ ସହ କାନ୍ଥ। ଆଜି ଭୋର ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ବିରିବାଟି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୫.୩୦ ମି. ସମୟରେ ଝିପି ଝିପି ବର୍ଷା ହେବା ସହ ବଜ୍ରପାତ ହେବାରୁ ଗ୍ରାମର ତରୁଣ ସାମଲଙ୍କ ଘରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

tankiବଜ୍ରପାତରେ କୋଠା ଘରର ଛାତ, କାନ୍ଥ, କାଚ ଝରକା, ବିଦ୍ୟୁତ ଲାଇନ, ପାଣି ଟାଙ୍କି ଆଦି ଫାଟି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ବଜ୍ରପାତର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଏହା ଶୁଣି ପରିବାରର ସଦସ୍ୟମାନେ ବାହାରକୁ ଚାଲି ଆସିଥିଲେ। ତେବେ ସୌଭାଗ୍ୟବଶତଃ ପରିବାରର କୌଣସି ସଦସ୍ୟଙ୍କ କିଛି କ୍ଷତି ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.