ଏମ୍ବିବିଏସ୍ ପଢ଼ୁଥିବା ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଲେ ହାଉସ୍ ସର୍ଜନ, ଅଭିଯୋଗ ପରେ ଗିରଫ ହେଲେ ଡାକ୍ତର

ବ୍ରହ୍ମପୁର (କେନ୍ୟୁଜ): ଏମ୍ବିବିଏସ୍ ପଢ଼ୁଥିବା ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଲେ ହାଉସ୍ ସର୍ଜନ! ଏପରି ଅଭିଯୋଗ ଆସିଛି ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରୁ। ଏନେଇ ଛାତ୍ରୀ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ହାଉସ୍ ସର୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ କୌଣସି କାରଣରୁ ଝଗଡ଼ା ହେବା ପରେ ଏମବିବିଏସ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କୁ ହାଉସ ସର୍ଜନ ସୁପ୍ରନ କୁମାର ପାଢୀ କାମୁଡ଼ି ଦେଇଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ସୁପ୍ରନଙ୍କୁ ଗିରଫ କରିବା ସହ ଏହା ବ୍ୟକ୍ତିଗତ ସଂପର୍କକୁ ନେଇ ଘଟିଥିବା ବ୍ରହ୍ମପୁର ଏସପି କହିଛନ୍ତି।