କେମିତି ହେବ ପଞ୍ଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପରିଚାଳନା ରାଜ୍ୟ ନିର୍ବାଚନ କମିଶରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା ହେଉଛି । ବୈଠକରେ ମୁଖ୍ୟ ସଚିବଙ୍କ ସହ ପୋଲିସ ଡିଜି ଓ ସ୍ୱାସ୍ଥ୍ୟ ସଚିବ ସାମିଲ ଅଛନ୍ତି ।

ଗୃହ ସଚିବ ଓ ଆଇନଶୃଙ୍ଖଳା ଏଡିଜି ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ସହ କୋଭିଡ଼ ଗାଇଡ଼ଲାଇନ କଡାକଡି ଲାଗୁ ଉପରେ ଆଲୋଚନା ହୋଇଛି । ବାଲାଟ ପେପର କିପରି ମତଦାନ କେନ୍ଦ୍ରରେ ସୁରକ୍ଷିତ ଭାବେ ପହଞ୍ଚିବ ଓ ଭୋଟବାକ୍ସ କଡ଼ା ସୁରକ୍ଷାରେ ଷ୍ଟ୍ରଙ୍ଗରୁମରେ ରଖାଯିବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.