ହାୱଡ଼ା-ମୁମ୍ବାଇ ରେଲ ଦୁର୍ଘଟଣା : ୨ ମୃତକ ରାଉରକେଲାର, ପରିବାର ପକ୍ଷରୁ ସୂଚନା

ରାଉରକେଲା : ହାଓଡ଼ା ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ରାଉରକେଲାର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଜଣେ ରାଉରକେଲା ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଏବଂ ରେଲୱେ କଲୋନୀ ଅଞ୍ଚଳର ଟି ପି ରାଓ ବୋଲି ସୂଚନା ମିଳିଛି। ରେଳବାଇ ପକ୍ଷରୁ ଏସମ୍ପର୍କରେ କୋୖଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁସାରେ ଆଜି ଭୋର ୩ଟା ୪୩ ମିନିଟରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ମାଲଗାଡ଼ିକୁ ଧକ୍କା ଦେଇ ଟ୍ରାକରୁ ଖସିପଡିଥିଲା ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁରରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୧୮ଟି ବଗି ଲାଇନଚ୍ୟୁତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

You might also like