କେତେ ସମୟ ଅନଲାଇନରେ ପଢ଼ିବେ ପିଲା ? ଡିଜିଟାଲ ଶିକ୍ଷାଦାନ ପାଇଁ ଗାଇଡଲାଇନ ଜାରି କଲା ମାନକ ସମ୍ବଳ ବିକାଶ ମନ୍ତ୍ରାଳୟ

କେନ୍ୟୁଜ : କରୋନା ସଙ୍କଟ ବେଳେ କେତେ ସମୟ ଅନଲାଇନରେ ପଢ଼ିବେ ଛାତ୍ରଛାତ୍ରୀ । ଦେଶର ବିିଭିନ୍ନ ସ୍କଲରେ ଡିଜିଟାଲ ଶିକ୍ଷାଦାନ ପାଇଁ ଗାଇଡ ଲାଇନ ଜାରି କରିଛି କେନ୍ଦ୍ର ମାନକ ସମ୍ବଳ ମନ୍ତ୍ରାଳୟ । ଶିକ୍ଷକ କେତେ ସମୟ ପଢାଇବେ ଗାଇଡଲାଇନରେ ଉଲ୍ଲେଖ ରହିଛି । ଶିକ୍ଷକ ମାନେ ୨ରୁ ୩ ଘଣ୍ଟା ସ୍କ୍ରିନ୍‌ ଟାଇମ୍‌ରେ ଶିକ୍ଷାଦାନ କରିବେ ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍କ୍ରିନ୍‌ ଟାଇମ୍‌ ନିର୍ଦ୍ଧାରଣ ହୋଇଛି । କ୍ଲାସ ୧ରୁ କ୍ଲାସ ୮ ର ଛାତ୍ରଛାତ୍ରୀ ୩୦ରୁ ୪୫ ମିନିଟର ଦୁଇଟି ସେସନ ରହିବ । ସେହିପରି କ୍ଲାସ ୯ରୁ ୧୨ ଛାତ୍ରଛାତ୍ରୀ ୩୦ରୁ ୪୫ ମିନିଟର ୪ଟି ସେସନ ରହିଛି । ଏପରିକି ଚାର୍ଟ ଗ୍ରପ ଓ ମ୍ୟାସେଜିଂ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଡି ହୋଇ ରହିବେ । ସପ୍ତାହ ପୂର୍ବରୁ ଟପିକ ଯଣାଯିବ । ସ୍କୁଲର ଅଧ୍ୟକ୍ଷ ମାନେ ଶିକ୍ଷକ ଓ ଅବିଭାବକଙ୍କ ସହ ସପ୍ତାହକୁ ଥରେ କଥା ହେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.