ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ବଦଳିଲା ମାଟ୍ରିକ ପରୀକ୍ଷା ନିୟମ

ଆଜିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା ନିୟମରେ ପରିବର୍ତ୍ତନ । ଏଣିକି ସକାଳ ୬ଟା ୩୦ ମିନିଟ ପୂର୍ବରୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବନାହିଁ ବରଂ ସକାଳ ୬ଟା ୪୫ରୁ ୭ଟା୩୦ ମିନିଟ୍‌ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ ଆଉ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା ନିୟମରେ ପରିବର୍ତ୍ତନ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୬ଟା ୩୦ ମିନିଟ ପୂର୍ବରୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବନାହିଁ ବରଂ ସକାଳ ୬ଟା ୪୫ରୁ ୭ଟା୩୦ ମିନିଟ୍‌ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ ଆଉ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ । ସମସ୍ତ ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା ଆରମ୍ଭରୁ ୧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୭ଟାସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚୁଥିଲା । ଫଳରେ ସକାଳ ୬ଟାରୁ କିମ୍ବା ତା ପୂର୍ବରୁ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଉଥିଲା । ଯାହାଦ୍ୱାରା ପରୀକ୍ଷା କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଉ ପ୍ରଶ୍ନପତ୍ର ପ୍ରଘଟ ହେବାର ସମ୍ଭାବନା ରହୁଥିଲା ।

Leave A Reply

Your email address will not be published.