ଭୁବନେଶ୍ୱର : ବିପୁଳ ପରିମାଣର ବ୍ରାଉନସୁଗାର ପୁଡିଆ ଜବତ । ଶିଶୁ ଭବନ ଛକରେ ମାଡ଼ି ବସିଲା ଅବକାରୀ ଟିମ୍ । ବାଲେଶ୍ବରରୁ ଭୁବନେଶ୍ୱର ବ୍ରାଉସୁଗାର ଚାଲାଣ ବେଳେ ଧରାପଡ଼ିଲା । ବାଇକ ଯୋଗେ ବ୍ରାଉସୁଗାର ପୁଡିଆ ଧରି ଆସୁଥିବା ବେପାରି ଗିରଫ । ପୁଳା ପୁଳା ପୁଡିଆରେ ପାକେଟ କରି ଆଣୁଥିଲା ଭୁବନେଶ୍ୱର । ୨୭ ଲକ୍ଷ ଟଙ୍କାର ବ୍ରାଉସୁଗାର ଜବତ । ତପୁ ନାମକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗୋଟିଏ ପଲସର ୨୨୦ଗାଡି ସହ ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ଅବକାରି ଟିମ୍ । ଏକ ଷ୍ଟିଲ ବକ୍ସରେ ପୁରାଇ ବ୍ୟାଗରେ ଆଣୁଥିବା ବେଳେ ଖବର ପାଇ ଛକିଥିଲା ଅବକରି ଟିମ୍ । ଷ୍ଟାର ଚିହ୍ନ ଥିବା ବାଇକ ଶିଶୁ ଭବନ ଛକରେ ପହଁଚିବା ପରେ ମାଡ଼ି ବସିଥିଲା ଭୁବନେଶ୍ୱର ଅବକାରି ଟିମ୍ ।