ବଡ଼ଦାଣ୍ଡରେ ପ୍ରବଳ ଭିଡ଼: ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ(କେନ୍ୟୁଜ୍): ବଡ଼ଦାଣ୍ଡ ଭାରି ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ଲକ୍ଷାଧିକ ଭକ୍ତ । ଆଗକୁ ନୂଆବର୍ଷ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି । ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି ।

ବିଶ୍ୱାସ ରହିଛି, ଶ୍ରୀଜିଉଙ୍କ ଦର୍ଶନ କରି ବର୍ଷ ଆରମ୍ଭ କଲେ ପୁରା ବର୍ଷ ଭଲରେ କଟିଥାଏ । ଏବେ ଶିକ୍ଷାନୁଷ୍ଠାନ ଛୁଟି ଅଛି । ପରିବାର ଲୋକଙ୍କ ସହ ଶ୍ରଜୀଉଙ୍କୁ ଦର୍ଶନ ସହ ବୁଲାବୁଲି ପାଇଁ ବି ପୁରୀ ଆସଉଛନ୍ତି ଲୋକ । ମହାବାହୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ ।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଲମ୍ବା ଲାଇନରେ ଯାଇ ଦର୍ଶନ କରୁଛନ୍ତି ଭକ୍ତ । କରୋନା ଯୋଗୁ ଦୁଇ ବର୍ଷ ନୂଆବର୍ଷ ଫିକା ପଡ଼ିଥିଲା । ଏଥର କଟକଣା ନଥିବାରୁ ପର୍ଯ୍ୟଟନ ଋତୁରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଛି । ଗତ ୩ଦିନ ହେଲା ପୁରୀରେ ଭକ୍ତଙ୍କ ନାହିଁନଥିବା ଭିଡ଼ ଜମୁଛି। ଏବେ ଚୀନ୍‌ ସମେତ ବିଭିନ୍ନ ଦେଶରେ ସଂକ୍ରମଣ କାୟା ମେଲାଉଥିବାରୁ ଚିନ୍ତା ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.