ନବ ବର୍ଷ ଲାଗି ଶ୍ରୀ କ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ତା
ନବ ବର୍ଷ ଲାଗି ଶ୍ରୀ କ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼ l ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପୁରୀ ବେଳାଭୂମିରେ ପରିବାର ସହ ସମୟ କାଟିବା ଲାଗି ଆସିଥାନ୍ତି ପର୍ଯ୍ୟଟକ l ଡ଼ିସେମ୍ବର 25 ଏବଂ ନୂଆବର୍ଷ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ତା l ନୂଆବର୍ଷରେ ଶ୍ରୀ ମନ୍ଦିର ଭିତରେ ସ୍ୱତନ୍ତ୍ର ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ l ସେପଟେ ବଡ଼ ଦିନ ଓ ନୂଆ ବର୍ଷ ଲାଗି ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ବଡ଼ିବାରେ ଲାଗିଛି l
ଡିସେମ୍ବର 25 ଵା କ୍ରୀଷ୍ଟମାସ, ଡିସେମ୍ବର 31 ତାରିଖ ଓ ନୂଆ ବର୍ଷ ପାଳନ ଲାଗି ପୁରୀର ବିଭିନ୍ନ ହୋଟେଲ ସଜେଇହୋଇଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ପ୍ରସ୍ତୁତି ଦେଖିବାକୁ ମିଳିଛି l ଅନ୍ୟପଟେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥ୍ୟତା ପ୍ରଦାନ ଲାଗି ବିଭିନ୍ନ ହୋଟେଲ ଲିକଙ୍କ ସହ ପୁରୀ ଏସ୍ପି ଏକ ବୈଠକ କରିଥିଲେ ଯେଉଁଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି l
ଆସନ୍ତା ଇଂରାଜୀ ନବ ବର୍ଷ ଠାରୁ ଶ୍ରୀ ମନ୍ଦିର ରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଧାଡି ଦର୍ଶନ l ଶ୍ରୀ ମନ୍ଦିର ସାତ ପାହାଞ୍ଚ ନିକଟରୁ ଜଗ ମୋହନ ଦେଇ ବାହାର କାଠ ନିକଟରେ ମହାପ୍ରଭୁ ଙ୍କୁ ଦର୍ଶନ କରି ଘଣ୍ଟି ଦ୍ଵାର ଏବଂ ଗାରଦ ନିକଟ ଦ୍ୱାର ରେ ପାଇଁ ପ୍ରସ୍ଥାନ କରିବେ ଭକ୍ତ l ଏହି ଧାଡି ଦର୍ଶନ ବ୍ୟବସ୍ଥା କୁ ଆସନ୍ତା 30 ଓ 31ତାରିଖରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବା ସହ ଜାନୁଆରୀ ଏକ ତାରିଖରୁ ଧାଡି ବ୍ୟବସ୍ଥାରେ ଵିଧିବଧ ଭାବେ ଦର୍ଶନ କରିବେ ଭକ୍ତ l ତବେ ନୂଆ ବର୍ଷକୁ ଦୃଷ୍ଟି ରେ ରଖି ବଡ଼ ଦାଣ୍ଡ ରେ ମରଚି କୋଟ ଛକ ଠାରୁ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବାରିଗେଟ ବ୍ୟବସ୍ଥା କରାଯାଉଛି l ଏହି ବାରିଗେଟ ଦେଇ ଭକ୍ତମାନେ ସିଂହ ଦ୍ଵାରରେ ପ୍ରବେଶ କରି ଅନ୍ୟ ଦ୍ଵାରରେ ପ୍ରସ୍ଥାନ କରିବେ l ଶ୍ରୀ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ଯାହାକୁ ଭକ୍ତ ଓ ସେବାୟତ ସ୍ୱାଗତ ଜଣାଇଛନ୍ତି l
ନୂଆ ବର୍ଷ ଲାଗି ପୁରୀ ବେଳାଭୂମିରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼ l ପୁରୀ ବେଳାଭୂମିରେ ଶୀତୁଆ ପାଗର ମଜା ନେବା ସହ ନୂଆ ବର୍ଷ କୁ ସ୍ୱାଗତ କରିବା ଲାଗି ଆଜିଠାରୁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ l ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ଭକ୍ତ ପର୍ଯ୍ୟଟକ l ସେପଟେ ପର୍ଯ୍ୟଟକଙ୍କୁ ସୁରକ୍ଷା ଏବଂ ଉତ୍ତମ ଆତିଥ୍ୟତା ପ୍ରଦାନ ଲାଗି ହୋଟେଲ ଆସୋସିଏସନ ସହ ପୁରୀ ପୋଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ନୂଆ ବର୍ଷ ଅବସରରେ ପୁରୀ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କଟାଯାଉଥିବା କହିଛନ୍ତି ପୁରୀ ଏସ୍ପି l