ଗୋଟିଏ ମାଛର ଦାମ୍ ୭ ଲକ୍ଷ ଟଙ୍କା! ପାରାଦୀପ ବାଲିପ୍ଲଟରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା

ପାରାଦୀପ(କେନ୍ୟୁଜ): ଗୋଟିଏ ମାଛର ଦାମ୍ ୭ ଲକ୍ଷ । ପାରାଦୀପ ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚାଲିଛି ଚର୍ଚ୍ଚା । ଗତକାଲି ଚାରୋଟି ମାଛ ଧରି ମତ୍ସ୍ୟଜୀବୀ ମାନେ ବାଲିପ୍ଲଟ ଆଣିବା ପରେ ଏହି ମାଛକୁ ନିଲାମ କରାଯାଇଥିଲା । ପାଖାପାଖି ୮୦ କିଲୋ ଓଜନର ଏହି ତେଲିଆ ବୋରେଇ ନିଲାମ ହେବାପରେ ୭ ଲକ୍ଷ ରେ ବିକ୍ରି ହୋଇଥିଲା ।

fish

ସେହିପରି ଅନ୍ୟ ଏକ ତିନିକିଲୋ ଆଠ ଶହ ଗ୍ରାମର ମାଛକୁ ୧୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ନେଇ ବ୍ୟବସାୟୀ ପ୍ରକାଶ କରିଛନ୍ତି । ଏହି ତେଲିଆ ବୋରେଇ ବିଶେଷ କରି କେବେ କେମିତି ଜାଲରେ ପଡିଥାଏ ବୋଲି କହିଛନ୍ତି ମତ୍ସ୍ୟ ବ୍ୟବସାୟୀ । ଏହି ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ରହିଥିବା କାରଣରୁ ଏହି ମାଛ ବିଭିନ୍ନ ବାହାର ଦେଶକୁ ପଠାଯାଇଥାଏ । ଏହି ତେଲିଆ ମାଛ କାହାର ଭାଗ୍ୟରେ ଥିଲେ ଜାଲରେ ପଡେ ବୋଲି କିଛି ମତ୍ସ୍ୟ ବ୍ୟବସାୟୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.