ବାଲେଶ୍ୱରରେ ରାମନବମୀ ଅବସରରେ ବିଶାଳ ପଦଯାତ୍ରା: ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ, ସ୍ଥିତି ଉପରେ ନଜର ରଖିଛି ଡ୍ରୋନ୍‌

ବାଲେଶ୍ୱରରେ ଆଡମ୍ବର ସହକାରେ ପାଳନ କରାଯାଉଛନ୍ତି ରାମନବମୀ। ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ନଗର ପରିକ୍ରମା କରୁଛି। ୨୫ରୁ ଉର୍ଦ୍ଧ୍ୱ ମେଢ଼ ପଦଯାତ୍ରାରେ ଯୋଗଦେଇଛନ୍ତି।

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଆଡମ୍ବର ସହକାରେ ପାଳନ କରାଯାଉଛନ୍ତି ରାମନବମୀ। ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ନଗର ପରିକ୍ରମା କରୁଛି। ୨୫ରୁ ଉର୍ଦ୍ଧ୍ୱ ମେଢ଼ ପଦଯାତ୍ରାରେ ଯୋଗଦେଇଛନ୍ତି।

ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ। ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବାଲେଶ୍ୱରରେ ପୋଲିସ ଛାଉଣୀ କରାଯାଇଛି।

ମୁତୟନ ହୋଛନ୍ତି ୧୫ ପ୍ଲାଟୁନ୍‌ ଫୋର୍ସ। ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ଡ୍ରୋନ୍‌ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯାଇଛି। ସେହିଭଳି ରେମୁଣା ଓ ସୋରରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.