ମାଲକାନଗିରି : ଟ୍ରକ ଭିତରୁ ବିରାଟ ଅଜଗର ସାପ ଉଦ୍ଧାର । ମାଲକାନଗିରି ସହର ଇଣ୍ଡିଆନ ଗ୍ୟାସ ଡିପୋ ନିକଟରେ ଥିବା ଏକ ଟ୍ରକ୍ ଭିତରୁ ବିରାଟ ଅଜଗର ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଅଜଗରକୁ ଦେଖି ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଟ୍ରକ ଇଞ୍ଜିନ ମଧ୍ୟରୁ ସାପକୁ ଉଦ୍ଧାର କରିଥିଲେ । ପରେ ଅଜଗରକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ବନବିଭାଗ ପକ୍ଷରୁ ସାପର ସ୍ଵାସ୍ଥ୍ୟ ପରୀକ୍ଷା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ସାପର ଓଜନ ୧୦ ରୁ ୧୨ କିଲୋ ଭିତରେ ଥିବା ବେଳେ ଲମ୍ବ ୯ ଫୁଟ ରହିଛି ।