ସ୍ୱାଭିମାନ ଅଞ୍ଚଳର ଅରାପଦର ଜଙ୍ଗଲରେ ଚାଲିଥିଲା ମାଓବାଦୀଙ୍କ ଷଡଯନ୍ତ୍ର, ସର୍ଚ୍ଚ ଅପରେସନ୍‌ ବେଳେ ବିପୁଳ ପରିମାଣର ଗୁଳି ଓ ବୋମା ଜବତ

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସର୍ଚ୍ଚ ଅପରେସନ୍‌ ବେଳେ ବିପୁଳ ପରିମାଣର ଗୁଳି ଓ ବୋମା ଜବତ । ସ୍ୱାଭିମାନ ଅଞ୍ଚଳର ଅରାପଦର ଜଙ୍ଗଲରେ BSF ଏବଂ ଜିଲ୍ଲା ପୋଲିସର ମିଳିତ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଏବଂ ମାଓ ପୁସ୍ତିକା ଜବତ କରାଯାଇଛି ।

maoଏକ ଡମ୍ପିଂୟାଡ଼ରୁ ୩୩ ରାଉଣ୍ଡ ଥ୍ରୀ ନଟ ଥ୍ରୀ, ୫୫ ରାଉଣ୍ଡ 9 MM ଗୁଳି, ୧୩ଟି ଡିଟୋନେଟର, ୧୪ଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ଲ୍ୟାଣ୍ଡମାଇନ୍‌ ଏବଂ ମାଓ ପୁସ୍ତିକା ଜବତ ହୋଇଛି । ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଏକ ବଡ଼ ଯୋଜନା କରୁଥିବା ଅନୁମାନ କରାଯାଉଛି । ଆନ୍ଧ୍ର ଓଡ଼ିଶା ଓଡିଶା ଜୋନାଲ କମିଟି ପକ୍ଷରୁ ଏଭଳି ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ସନ୍ଦେହ କରାଯାଉଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.