ତାଳଚେର: ଭୋଗ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ, ଦୋକାନୀ ଫେରାର୍

ତାଳଚେର: ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି । କୌଣସି ସୂତ୍ରରୁ ଖବର ପାଇ ତାଳଚେର ଏନଫୋର୍ସମେଣ୍ଟ ଟିମ ଏହି ଭୋଗ ଦୋକାନରେ ଚଢାଉ କରିଥିଲା ।

ଚଢାଉ ବେଳେ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ କରାଯାଇଥିଲା । ତେବେ ଚଢାଉ ଖବର ପାଇ ଦୋକାନ ମାଲିକ ବିମଳ ବେହେରା ଫେରାର ହୋଇ ଯାଇଥିବା ଜଣାପଡିଛି । ଏନଫୋର୍ସମେଣ୍ଟ ଟିମ ଦୋକାନକୁ ସିଲ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.