ମାଟିତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ, କୁମ୍ବିଂ ଅପରେସନ ବେଳେ ଜବତ କଲେ BSF ଯବାନ

ମାଲକାନଗିରି : ମାଟିତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । କମ୍ବିଂ ଅପରେସନ ବେଳେ ଜବତ କରିଛନ୍ତି BSF ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପିଲିସୁମମଣ୍ଡି ଜଙ୍ଗଲରେ BSF ଯବାନଙ୍କ କମ୍ବିଙ୍ଗ ଅପରେସନ ବଡ଼ ମାଓ ଡ଼ମ୍ପ ଠାବ ହୋଇଛି । ମାଟି ତଳେ ଦୁଇଟି ବନ୍ଧୁକ ଓ ବହୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ଯବାନଙ୍କୁ ଟାର୍ଗେଟ କରିବାକୁ ଲୁଚାଇ ରଖିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଓ ଡମ୍ପ ଠାବ କରିଥିଲେ ବିଏସଏଫ ଯବାନ ।
ଆହୁରି ପଢ଼ନ୍ତୁ : ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକିବା ଘଟଣା, ଅଭିଯୁକ୍ତକୁ ରାଜସ୍ଥାନରରୁ ଆଣିଲା ବ୍ରହ୍ମପୁର ପୋଲିସ