ବଙ୍ଗୋମୁଣ୍ଡା ବନବିଭାଗର ଚଢ଼ାଉ, ବିପୁଳ ପରିମାଣର ଖଇରକାଠ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନବିଭାଗର ଚଢ଼ାଉ । ବିପୁଳ ପରିମାଣର ଖଇରକାଠ ଜବତ । ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ବଙ୍ଗୋମୁଣ୍ଡା ପୋଲିସ ଷ୍ଟେସନ ରାସ୍ତାରେ ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଛି । ବାହାର ଅଞ୍ଚଳକୁ ଚାଲାଣ ବେଳେ ବିପୁଳ ପରିମାଣରେ ଖଇରକାଠ ଜବତ କରାଯାଇଛି । ଟାଟା ମ୍ୟାଜିକ ଗାଡି ସହ ଖଇର କାଠ ଗଣ୍ଡି ଜବତ ହୋଇଥିବା ବେଳେ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । କାଠର ମୂଲ୍ୟ ଲକ୍ଷାଧିକ ବୋଲି ଅନୁମାନ କରାଯାଉଛି। ଏଥିରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ମାଫିଆ କେମିତି ଚମ୍ପଟ ମାରିଲେ ତାହା ଜଣାପଡିନାହିଁ । ଦିନକୁ ଦିନ ଏହି ଅଞ୍ଚଳରେ ଚୋରା ଚାଲାଣ ରାକେଟ ଚାଲିଥିବା ନେଇ ଜଣାପଡିଛି ।

 

ଆହୁରି ପଢ଼ନ୍ତୁ : ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରୀ ଝାଡ଼ବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି