ଅଲ୍ ଓଡ଼ିଶା ନବୋଦୟ ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ମାନବ ଶୃଙ୍ଖଳ

ଭୁବନେଶ୍ୱର(କେନ୍ଯୁଜ୍) : ଅଲ ଓଡ଼ିଶା ନବୋଦୟ ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ମାନବ ଶୃଙ୍ଖଳ । ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ରେ ମାନବ ଶୃଙ୍ଖଳ କରାଯାଇଛି । ଚଳିତ ବର୍ଷର ଥିମ୍ ରହିଛି ସ୍ୱଚ୍ଛ, ସବୁଜ ଓ ସମୃଦ୍ଧ ଓଡ଼ିଶା । ମାନବ ଶୃଙ୍ଖଳ ସହ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ଯକ୍ରମରେ ପୂର୍ବତନ ଛାତ୍ର ସଂସଦର ସଦସ୍ୟମାନେ ଯୋଗଦେଇଥିଲେ । ଆସନ୍ତାକାଲି କିଟ୍ ଅଡିଟୋରିୟମ୍ ହଲରେ ଏନେଇ କାର୍ଯ୍ଯକ୍ରମ କରାଯିବ । ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ଯନ୍ତ ବିଭିନ୍ନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ।