ଭଦ୍ରକ ଜିଲ୍ଲାକୁ ବୁନ୍ଦାଏ ପାଣି ନଛାଡିବା ଜିଦ୍‌ରେ ଅଟଳ ସଂଗ୍ରାମ ସମିତି: ଗଡ଼ଗଡିଆଘାଟଠାରୁ ଅଚ୍ୟୁତପୁର ଯାଏ କଲେ ମାନବଶୃଙ୍ଖଳ, ୨୨ରେ ମହାସମାବେଶ

ଚାନ୍ଦବାଲି: ପାଣି ନଛାଡିବା ଜିଦ୍‌ରେ ଅଟଳ ଥିବା ସଂଗ୍ରାମ ସମିତିର ମାନବ ଶୃଙ୍ଖଳ । ଭଦ୍ରକ ଜିଲ୍ଲାକୁ ବୁନ୍ଦାଏ ପାଣି ନଛାଡିବାର ଡାକରା ଦେଇ ଏକମାସ ହେଲା ଅନ୍ଦୋଳନ ଚାଳାଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ମେଗା ପାନୀୟ ଜଳ ଯୋଜନାକୁ ବିରୋଧ କରିଛି ସମିତି ।

କଟକ ଚାନ୍ଦବାଲି ରାସ୍ତାର ଗଡ଼ଗଡିଆଘାଟଠାରୁ ଅଚ୍ୟୁତପୁର ଯାଏ ୨ କିମି ପର୍ଯ୍ୟନ୍ତ ମାନବ ଶୃଙ୍ଖଳରେ ଠିଆ ହୋଇ ପ୍ରକଳ୍ପ ବନ୍ଦ କରିବାକୁ ନାରାବାଜି କରିଥିଲେ । ମାନବଶୃଙ୍ଖଳରେ ଆଳି-ରାଜକନିକାର ମହିଳା, ବୃଦ୍ଧ ଓ ବୃଦ୍ଧା ସାମିଲ ହୋଇଥିଲେ । ଆଗାମୀ ୨୨ ତାରିଖରେ ଏକ ମହାସମାବେଶର କାର୍ଯ୍ୟକ୍ରମ ରହିଛି ବୋଲି ସଂଗ୍ରାମ ସମିତି ପକ୍ଷରୁ ଘୋଷଣା କରାଯାଇଛି । ପ୍ରକଳ୍ପକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.