ତୁଟିବ କି ହ୍ୟୁମାନ୍‌ ସାଗର-ଶ୍ରୀୟା ବିବାଦ ? କଣ୍ଠଶିଳ୍ପୀଙ୍କ ମା’ କହିଲେ ଆମେ ବୁଝାମଣା ପାଇଁ ରାଜି ଅଛୁ

କଟକ (କେନ୍ୟୁଜ): ଷ୍ଟାର କପଲ ହ୍ୟୁମାନ୍‌ ସାଗର-ଶ୍ରୀୟା ବିବାଦରେ କମ୍ପ୍ରମାଇଜ୍‌ କରିବାକୁ ଆମେ ପ୍ରସ୍ତୁତ। ପୁଅ ଓ ବୋହୂ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ । ସେହିପରି ଶ୍ରୀୟା ଓ ଝିଅକୁ ବହୁତ ମିସ କରୁଛି । ସବୁ ଧର୍ମକୁ ସମ୍ମାନ ଦେଉ ବୋଲି କହିଛନ୍ତି ହ୍ୟୁମାନ୍‌ ସାଗର । ମିଛ ଅଭିଯୋଗ ଶୁଣି ମୁଁ ମର୍ମାହତ ଓ ଦୁଃଖିତ। ମୁଁ ସତ୍ୟ ପଥରେ ଅଛି ଓ ନ୍ୟାୟ ମିଳିବ ବୋଲି ଆଶା ରଖିଛି ବୋଲି କହିଛନ୍ତି ହ୍ୟୁମାନ୍‌ ସାଗର।

ଗତକାଲି କଟକ ମହିଳା ଥାନାରେ କାଉନସେଲିଂ ପରେ ଆପୋସ ସମାଧାନ ପାଇଁ ପୋଲିସ୍‌ ପକ୍ଷରୁ ଦୁଇ ପରିବାରକୁ ୨ ଦିନ ସମୟ ଦିଆଯାଇଛି। ଦୁଇ ଦିନ ପରେ ପୁଣି ଥରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ପରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ଓଲିଉଡ ଫେମସ ସିଙ୍ଗର ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ର ବି ହାଜର ହୋଇଥିଲେ ହାଜର। ପତ୍ନୀ ହ୍ୟୁମାନଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ ସାଗର। ପୁଅ ବିରୋଧରେ ସବୁ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ହ୍ୟୁମାନଙ୍କ ମାଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.