ଷ୍ଟାର କପଲ ପାରିବାରିକ ବିବାଦ ମାମଲା: ଆଜି ଥାନାରେ ହାଜର ହେବେ ନାହିଁ ହ୍ୟୁମାନ ସାଗର

କଟକ (କେନ୍ୟୁଜ): ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ । ହେଲେ ଶ୍ରୀୟାଙ୍କ ମା ଓ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଶ୍ରୀୟା ଆଜି ଆସିବେ ନାହିଁ ବୋଲି ଗତ କାଲିର ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଶ୍ରୀୟା ୩୦ ତାରିଖ ଦିନ ଆସିବେ ମହିଳା ଥାନାକୁ। ଆସନ୍ତା ୩୦ ତାରିଖକୁ ଘୁଞ୍ଚିଲା କାଉଁସିଲିଂ। ସେହି ଦିନ କଟକ ମହିଳା ଥାନାକୁ ଆସିବେ ଉଭୟ। ମହିଳା ଥାନା ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନ କୁ ଆସିବା ପାଇଁ କୁହାଯାଇଛି।