ଆଜି ସବୁ ଅଭିଯୋଗର ଖୁଲାସା କରିବେ ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଶ୍ରୀୟା, ୧୦ଟାରେ ପ୍ରେମସିଟ କରିବେ
ଭୁବନେଶ୍ବର(କେନ୍ୟୁଜ୍): ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦରେ ସାମନାକୁ ଆସିଛି ନୂଆ ଟ୍ଵିଷ୍ଟ । ଆଜି ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟା । ପୁରୀରେ ପ୍ରେସମିଟ୍ ଡାକିଛନ୍ତି । ସକାଳ ୧୦ଟାରେ ପ୍ରେମସିଟରେ ସବୁ କଥା କହିବେ । ପ୍ରଥମ ଥର ମିଡିଆ ସାମନାକୁ ଆସିବେ ଓ ଅଭିଯୋଗର ଗୋଟି ଗୋଟି ଜବାବ ରଖିବେ ବୋଲି କହିଛନ୍ତି ଶ୍ରୀୟା । ସ୍ୱାମୀ ହ୍ୟୁମାନ ସାଗରଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିବେ । ଶାଶୁ ମିଡ଼ିଆରେ ଯେଉଁ ସବୁ କଥା କହିଛନ୍ତି ତାର ଜବାବ ରଖିବେ ଶ୍ରୀୟା ।
ଶ୍ରୀୟା କହିଛନ୍ତି, ଶାଶୁ ଆଣିଥିବା ଅଭିଯୋଗ ମିଛ । ତାଙ୍କ ନାଁରେ ଓ ବାପ ଘର ବିରୋଧରେ ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ତାଙ୍କୁ ମାଡ଼ ମାରୁଥିଲେ ହ୍ୟୁମାନ । ଅଲଗା ଝିଅଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ରହିଛି । ସେସବୁର ଆଜି ଖୁଲାସା କରିବେ ବୋଲି ଶ୍ରୀୟା କହିଛନ୍ତି । ପ୍ରେସମିଟରେ କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଆପୋଷ ସମାଧାନ ପାଇଁ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କୁ ସମୟ ଦେଇଛି ମହିଳା ଥାନା ପୋଲିସ । ତାପୂର୍ବରୁ ଶ୍ରୀୟାଙ୍କ ପ୍ରେସମିଟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆପୋଷ ବୁଝାମଣାରୁ ସମାଧାନର ବାଟ ବାହାରିଲା କି ନାହିଁ ? ପ୍ରେସମିଟ୍ ପରେ ହ୍ୟୁମାନ ସାଗର-ଶ୍ରୀୟା ମିଶ୍ର କଳି ଥମିବ ନା ବଢ଼ିବ ? ପୁଣି ଏକାଠି ହେବେ ତ ସେଲିବ୍ରିଟି ସିଙ୍ଗର କପଲ୍ ? ପାରିବାରିକ ବିବାଦ ସମାଧାନ ହେବ ନା ଆହୁରି ତେଜିବ ?