ଜଙ୍ଗଲରୁ ମିଳିଲା ମଣିଷ ଖପୁରି ଓ ହାଡ଼, ପାଖରେ ପଡ଼ିଛି ସାଇକେଲ

ବ୍ରହ୍ମପୁର: ଜଙ୍ଗଲରେ ମଣିଷ ଖପୁରି।  ପାଖରେ ପଡ଼ିଛି ସାଇକେଲ ।  ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ମଣିଷ ଖପୁରି ହାଡ଼ ଜବତ କଲା ପୋଲିସ । ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚିଥିଲା ।  ଖପୁରି ନିକଟରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି। ଖପୁରୀ କିପରି ଆସିଲା ? ଏହା ହତ୍ୟା ନା ‘ ଜୀବନ ହାରିଥିବା ଘଟଣା ? ସାଇକେଲ କାହାର ? ଏସବୁ ଘଟଣାକୁ ନେଇ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି ।  ଏଫଏମ ଟି ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

You might also like