ବଢ଼ିଚାଲିଛି ମାନବ ଚାଲାଣ, କିଭଳି ରୋକାଯିବା ନେଇ ବଢ଼ିଲା ଚିନ୍ତା
ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ବଢ଼ୁଛି ମାନବ ଚାଲାଣ । ଚାକିରି ହେଉ ଅବା ବିବାହ, ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଯୁବତୀଚାଲାଣ କରୁଛନ୍ତି ଦଲାଲ । ଯାହ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛିା ଏ ପ୍ରସଙ୍ଗରେ ଭୁବନେଶ୍ୱର ପୋଲିସ ଭବନଠାରେ ଅନୁଷ୍ଠିତ ହୋଇଥିଲା କର୍ମଶାଳା।
କିଭଳି ରାଜ୍ୟରୁ ରୋକା ଯାଇପାରିବ ମାନବ ଚାଲାଣ? କେଉଁ ମାନେ କରୁଛନ୍ତି ମାନବଚାଲାଣ ? କିଏ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ରାଜ୍ୟରେ ବିଶେଷ କରି ଫୁଲବାଣୀ, ଝାରସୁଗୁଡା, ନୟାଗଡ ଏବଂ ନୂଆପଡା ଭଳି ଜିଲ୍ଳାରେ ମାନବ ଚାଲାଣ ଘଟଣା ଅଧିକ ଦେଖାଯାଉଛିା ଏହା ଉପରେ ରୋକ୍ ଲଗାଇବା ଦିଆଯାଉଛି ଗୁରୁତ୍ୱ।
୨୦୧୫ରେ, ୮୧ଟି ମାନବ ଚାଲଣ ମାମଲା ରୁଜୁ ହୋଇଥିଲାା ଉଦ୍ଧାର ହୋଇଥିଲେ ୨୬୬ ଜଣା ଗିରଫ ହୋଇଥିଲେ ୮୧ଜଣ। ୨୦୧୬ରେ ରୁଜୁ ହୋଇଥିଲା ୧୧୦ ମାମାଲାା ଉଦ୍ଧାର ହୋଇଥିଲେ ୪୯୬, ଗିରଫ ହୋଇଥିଲେ ୧୨୫ । ୨୦୧୭ରେ ୨୫୪ଟି ମାମଲା ରୁଜୁ ହୋଇଥିବା ବେଳେ ଉଦ୍ଧାର ହୋଇଥିଲେ ୨୪୦ ଓ ଗିରଫ ହୋଇଥିଲେ ୫୪ଜଣ ଦଲାଲ୍ା ମାନବ ଚାଲାଣ ମାମଲା ବୃଦ୍ଧି ପୋଲିସକୁ ଚିନ୍ତାରେ ପକାଇଛି।
ଆଜିର ଦିନିକିଆ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ। ସାମିଲ ହୋଇଥିଲେ ବହୁ ବରିଷ୍ଠ ପୋଲିସ ଅଧିକାରୀ । ମାନବଚାଲାଣର କାରଣ-ନିରାକରଣ ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ପୋଲିସ କର୍ମଚାରୀମାନଙ୍କୁ ମତାମତ ଦେଇଥିଲେ ବିଭିନ୍ନ ସଙ୍ଗଠନର ସ୍ୱେଚ୍ଛାସେବୀା