ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ପୂରଣ ହୋଇଛି ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ ଲକ୍ଷ ୧୪ ହଜାର ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍‌ ଟିକା ଦିଆଯାଇଛି ।

ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି । ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ୍‌ ନେଇସାରିଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପଟେ ଆଜିଠୁ ଭୁବନେଶ୍ୱରରେ ଡ୍ରାଇଭ ଇନ ଭ୍ୟାକ୍ସିନେସନକୁ ବନ୍ଦ କରାଯାଇଛି । ବର୍ତ୍ତମାନ ମଧ୍ୟ ସବୁ ଟିକାଦାନ କେନ୍ଦ୍ର ଖୋଲାରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.