ପୁଣି ଜଙ୍ଗଲରେ ଲାଗିଲା ନିଆଁ: ତେଲକୋଇ ବନାଞ୍ଚଳରେ ଶହ ଶହ ହେକ୍ଟର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି

ବାଂଶପାଳ(କେନ୍ୟୁଜ୍): କେନ୍ୟୁଜ୍  ଜଙ୍ଗଲରେ ଭୟଙ୍କର ନିଆଁ। ତେଲକୋଇ ବନାଞ୍ଚଳର ଶହ ଶହ ହେକ୍ଟର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ବିମଳା ଫରେଷ୍ଟ ବିଟର ପଡାଙ୍ଗ ପଞ୍ଚାୟତ କଳାପାଟ ସଂରକ୍ଷିତ ଜଙ୍ଗଲର ପଡାଙ୍ଗ ଓ ନିପିଣ୍ଡାମଧ୍ୟରେ ଥିବା ବାଉଁଶିଆ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି। ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ମୂଲ୍ୟବାନ ଜଙ୍ଗଲ। ନିଆଁ ରେ ଜଳିଯାଉଛି ମୂଲ୍ୟବାନ ଶାଳ, ପିଆଶାଳ ଭଳି ଗଛ। ର ଧିରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

୧୦ ଦିନ ଧରି ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁର ପ୍ରକୋପ ଜାରି ରହିଛି। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଫାୟାର ସ୍କାର୍ଡ, ବନସୁରକ୍ଷା ସମିତି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ନିଆଁ ଆୟତ୍ତ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ଜୀବଜନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.