ହଠାତ୍ ମାଡ଼ି ଆସିଲା ପାଣି, ନଦୀ ପଠା ଟାପୁରେ ଫସି ରହିଲେ ଶତାଧିକ ମାଙ୍କଡ଼
କେନ୍ଦ୍ରାପଡ଼ା(କେନ୍ଯୁଜ୍): ଲଘୁଚାପ ବର୍ଷା ପରେ ବିଭିନ୍ନ ନଦୀରେ ଆସିଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ଜୀବଜନ୍ତୁ ବି ବାଦ ପଡ଼ିନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଅମୃତମଣୋହି ପଞ୍ଚାୟତ ଗତ ୬ଦିନ ଧରି ପାଣିଘେରରେ ରହିଛି।
ହଠାତ ପାଣି ମାଡ଼ି ଆସିବାରୁ ଏକ ନଦୀ ପଠା ଟାପୁରେ ଫସି ରହିଥିଲେ ଶତାଧିକ ମାଙ୍କଡ଼। ସେଠାରେ କିଛି ମତ୍ସ୍ୟଜୀବୀ ଏହାକୁ ଦେଖି ବନବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ୫କିମି ବନ୍ୟାପାଣିରେ ଯାଇ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଛନ୍ତି।