ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ, ୨୦ରୁ ଅଧିକ ଗୁରୁତର

ରାଜନଗର: ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ। ୨୦ରୁ ଅଧିକ ଗୁରୁତରଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ପିଞ୍ଛାପାଟିଆ ଗାଁରେ ଘଟିଥିଲା ଘଟଣା ।

ମାଆଙ୍କର ମହାନବମୀ ତିଥିରେ ଗ୍ରାମଦେବତୀଙ୍କ ନିକଟରେ ଚଣ୍ଡୀପାଠ ସହିତ ଭୋଗ ଅର୍ପଣ କରାଯାଇଥିଲା । ଗାଁର ୨୭ଟି ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଭୋଗ ଦିଆଯାଇଥିଲା । କିଛି ସମୟ ପରେ ଭୋଗ ଖାଇଥିବା ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ନେଇ ଗାଁରେ ଭୟର ବାତାବରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.