ଦୁଇ ଦିନରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଅଟକିଛି ଶହ ଶହ ଟ୍ରକ

ଅନୁଗୁଳ : ଦୁର୍ଘଟଣା ପରେ ଉତ୍ତେଜନା। ୫୫ ନମ୍ବର ଜାତୀୟ ପଥର ଅନୁଗୁଳରେ ଅଟକିଛି ଶହ ଶହ ଟ୍ରକ । ଦୁଇ ଦିନରେ ଦୁଇ ଦୁର୍ଘଟଣାରେ ମାଆ ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଅନୁଗୁଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ରାସ୍ତା ଅବରୋଧ । ବନ୍ଦ ରହିଛି ଗାଡି ଚଳାଚଳ ।

ଗତକାଲି ଅନୁଗୁଳ ନୂଆହତା ଠରେ ବାଇକ ଉପରେ ଟ୍ରକ୍ ଚଢିଯିବା ଫଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ୫୫ ନମ୍ବର ଜାତୀୟ ରାଜପଥରେ ଆୁ ଜଣଙ୍କ ମୃତ୍ୟୁ ହୋଇଛି। ଡ୍ୟୁଟିକୁ ଯାଉଥିବା ବେଳେ ଟ୍ରକ ଚକାତକେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

ଅନୁଗୁଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଜଗତସିଂହପୁରର ବିକ୍ରମ ରାଉତରାୟ । ଗୁରୁତର ବ୍ୟକ୍ତି ହେଲେ କରଣ ବୀର ଗୋପୀ । ଉଭୟେ JSPL କମ୍ପାନୀକୁ ଯାଉଥିବା ବେଳେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ।