ସାଲେପୁର: ଏ ହେଉଛି କଟକ ଚାନ୍ଦବାଲି ରାସ୍ତା । ଏହି ରାସ୍ତାରେ ଭାରି ଯାନ ଯିବା ପାଇଁ ନିୟମ ନଥିଲା ବେଳେ ନିର୍ଭୟରେ ରାତି ହେଲେ ଶହ ଶହ ଟ୍ରକ ଯିବା ଆସିବା କରୁଛନ୍ତି । ଯାହା ଫଳରେ ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟୁଛି । ଅନ୍ୟପଟେ ଟ୍ରାଫିକ ସମସ୍ୟା ହେଉଥିବା ନେଇ କହିଛନ୍ତି ଲୋକ ମାନେ । ଏହି ରାସ୍ତାରେ କେନ୍ଦ୍ରାପଡ଼ା ଦେଇ ଆଇରନ ଗାଡି ଗୁଡିକ ପାରାଦୀପ ଯାଉଛି ।
କାରଣ ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥରେ ଟୋଲ୍ ଗେଟ୍ ଥିବାରୁ, ଏହି ରାସ୍ତାରେ ଗାଡି ଗୁଡିକ ସହଜରେ ଟୋଲ୍ ଗେଟ୍ ଟିକସ ଫାଙ୍କି ଯିବା ଆସିବା କରୁଛନ୍ତି । ଗୋଟେ ପଟେ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ବେଳେ ଆଉ ଗୋଟେ ପଟେ ସରକାରଙ୍କ ଟିକସ କମୁଛି । ଏହି ଭାରୀଯାନ ଟ୍ରକ ଗୁଡୁକି ରୋକିବା ପାଇଁ ପରିବହନ ବିଭାଗ କି ପୋଲିସର କୌଣସି ପଦକ୍ଷେପ ନାହିଁ ।
୧୦ ଚକିଆ ଗାଡି ଠାରୁ ଆରମ୍ଭ କରି ୨୨ ଚକିଆ ଗାଡି ଏହି ରାସ୍ତା ଦେଇ ଯିବା ଆସିବା କରୁଛି । ରୋକ ଲାଗୁନାହିଁ ଭାରି ଯାନ ଗୁଡିକ ଉପରେ । କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଦୁହୁରିଆ ଭିତରେ ୩ଟି ଥାନା, ଦୁଇଟି ଫାଣ୍ଡି ଦେଇ ଟ୍ରକ୍ ଗୁଡିକ ଯିବା ଆସିବା କରୁଛି । ହେଲେ ପୋଲିସର କୌଣସି କଠୋର ପଦକ୍ଷକ ନାହିଁ, କି ପରିବହନ ବିଭାଗ ତରଫରୁ କୌଣସି ଚେକିଙ୍ଗ କରାଯାଉ ନାହିଁ କିମ୍ବା କୌଣସି ଗାଇଡ଼ ଲାଇନ ବି ନାହିଁ । ସେଥିପାଇଁ ଗାଡି ଗୁଡିକ ନିର୍ଭୟରେ ବେଧଡକ ଭାବେ ଯିବା ଆସିବା କରୁଛନ୍ତି ।
ବେଆଇନ ଭାରୀଯାନ ଯିବା ଅସିବାକୁ ନେଇ ବଢିବାର ଲାଗିଛି ଦୁର୍ଘଟଣା । ସରକାରଙ୍କୁ ଟିକସ ଫାଙ୍କି ନିର୍ଭୟରେ କରୁଛନ୍ତି ଯିବା ଆସିବା । ରାତି ହେଲେ ଦ୍ରୁତ ଗତିରେ ଯିବା ଆସିବା ହେଉଛି ଏହି ସବୁ ଭାରି ଯାନ । ଯାହାକୁ ନେଇ ଯଦି ଯଥା ଶୀଘ୍ର ଉଚିତ୍ ପଦକ୍ଷପ ଗ୍ରହଣ କରାନଯିବ ତାହାହେଲେ ଅଆଉ କେତେ ଯେ ଜୀବନ ଯିବ ତାର ହିସାବ ରହିବ ନାହିଁ ।