ରାସ୍ତା ପାଇଁ ରାସ୍ତା ଜାମ୍, ଜାତୀୟ ରାଜପଥ ୨୬ ରେ ଅଟକି ରହିଛି ଶହ ଶହ ଗାଡ଼ି

ଜୟପୁର : ରାସ୍ତା ପାଇଁ ରାସ୍ତା ଜାମ୍ । ଅଟକି ରହିଛି ଶହ ଶହ ଗାଡ଼ି । ଜାତୀୟ ରାଜପଥ ୨୬ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମ୍ପୂର୍ଣ ଜାମ ରହିଛି ରସ୍ତା l କୋରାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୩ରେ ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ଗତକାଲିଠାରୁ ଲାଗିରହିଛି ଜାମ। ରାସ୍ତାର ଗୋଟିଏ ପାର୍ଶ୍ଵ କାମ ତିଆରି ଚାଲିଥିବା ବେଳେ ଅନ୍ୟ ପଟେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଅଟକି ରହିଛି ।
ମୋହନପଡାର ଏହି ରାସ୍ତାରେ କାଳବୈଶାଖୀ ବର୍ଷାରେ ପାଣି ଜମି ରାସ୍ତା କାଦୁଅମୟ ହୋଇଯାଇଛି । ଅନ୍ୟପଟେ ଜାତୀୟ ରାଜପଥ କାମ ଚାଲୁଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି । କାମ ଚାଲିଥିବା ସ୍ଥାନରେ କାଦୁଅ ପଚ ପଚ ହୋଇଯାଇଛି । ଯାହାଫଳରେ ଅଧିକାଂଶ ଗାଡ଼ି ସେଇ କାଦୁଅ ନିକଟରେ ଫସି ଯାଇଛି । ଫଳରେ ହଇରାଣ ହେଉଛନ୍ତି ସାଧାରଣ ଲୋକେ ।