ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ, ଝାଡ଼ାବାନ୍ତି ହୋଇ ଡାକ୍ତରଖାନାରେ ଭର୍ତ୍ତି

ବାଙ୍କୀ : ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ । ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ପାଟଣା ସାହିରେ ଏକ ବାହାଘର ଭୋଜିରେ ପ୍ରାୟ ୪ ଶହ ଜଣ ଭୋଜି ଖାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ବୈଦେଶ୍ଵର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ ରବିବାର ରାତିରେ ପଦ୍ମ ଚରଣ ସାହୁ ନାମକ ବ୍ୟକ୍ତିଙ୍କ ଝିଅ ବାହାଘରରେ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଥିଲେ । ମାତ୍ର ସୋମବାର ସକାଳୁ ଝାଡା ବାନ୍ତିରେ ଅନେକ ଆକ୍ରାନ୍ତ ହୋଇ ନିକଟସ୍ଥ ବୈଦେଶ୍ଵର୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଜଣକ ପରେ ଜଣେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଥିଲା । ରାତିରେ ଡାକ୍ତରଖାନାରେ ୩୯ଜଣ ଚିକତ୍ସିତ ହେଉଥିଲେ । ଏହି ଘଟଣା ପରେ ବୈଦେଶ୍ୱର ଥାନା ଆଈ.ଆଈ. ସି, ସ୍ଥାନୀୟ ସରପଞ୍ଚ ଡାକ୍ତରଖାନକୁ ଯାଇ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟଅବସ୍ଥା ବୁଝିଥିଲେ । ରାତ୍ରୀରେ କୌଣସି ଜଣେ ହେଲେ ଡ଼ାକ୍ତର ନ ଥିବାରୁ ଫାର୍ମାସିଷ୍ଟ ଓ ସ୍ଵାସ୍ଥ୍ୟ କର୍ମଚାରୀ ଚିକିତ୍ସା କରୁଥିବାର ସୂଚନା ରହିଛି ।
ଆହୁରି ପଢ଼ନ୍ତୁ : କହେଁଇ ନଗରରେ ଫୁଟିଲା ଗୁଳି, ଦୁଇ ଜଣ ଗୁରୁତର