ଶିମିଳିପାଳରୁ କଳାବାଘ ଛାଲ ଜବତ: ୪ ଗିରଫ,ମାଷ୍ଟରମାଇଣ୍ଡ ଫେରାର

ମୟୁରଭଞ୍ଜ : ଶିମିଳିପାଳରେ ମାତିଲେ ଶିକାରୀ । କଳାବାଘ ଛାଲ ଜବତ । ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ମାଷ୍ଟରମାଇଣ୍ଡ ଫେରାର ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳର ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ପୃଥକ ଭାବେ ୪ଜଣଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଏସଟିଆର କର୍ତ୍ତୃପକ୍ଷ ତଦନ୍ତ ଗୋପନୀୟତା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି ।

 

You might also like