ଯାଜପୁର ଯୁଗଳ ଗାଁରେ ଅଭାବନୀୟ ଘଟଣା: ବେକରେ ଦଉଡି ଲଗାଇ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୈାରପୁର ପଞ୍ଚାୟତ ଯୁଗଳ ଗାଁ ରେ ଅଭାବନୀୟ ଘଟଣା l ସ୍ୱାମୀ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା l ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଏକ ଗଛରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ସ୍ବାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ସୂଚନା ମୁତାବକ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀ ଖିଆପିଆ କଲାପରେ କୌଣସି ଏକ ଘଟଣାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି l ଆଜି ସକାଳୁ ପରିବାର ଲୋକେ ବାହାରକୁ ଆସି ପୁଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିବା ବେଳେ, ବୋହୂର ମୃତ ଦେହ ଘର ଭିତରେ ଦେଖିବାକୁ ପାଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.